Odisha Link
Bridging the Missing Links in Odisha

କଂଗ୍ରେସ ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ବିଜୟ, କହିଲେ-ସମ୍ମାନ ନାହିଁ

ଓଏଲ୍‌ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ। କଂଗ୍ରେସରୁ ଆଜି ଇସ୍ତଫା ଦେଇଛନ୍ତି ବିଜୟ ପଟ୍ଟନାୟକ। ମେଲ୍‌ ଯୋଗେ ଏଆଇସିସିକୁ ଇସ୍ତଫା ପତ୍ର ପଠାଇଲେ ବିଜୟ ପଟ୍ଟନାୟକ।

କଂଗ୍ରେସ ଛାଡ଼ିବା ପରେ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି, ଦଳରେ ମୋର କୌଣସି ସମ୍ମାନ ନାହିଁ। ଅନୁଭବ କଲି ଦଳ ପାଇଁ ମୁଁ କିଛି ଉପଯୋଗୀ ହେବେନି। ଦଳକୁ ଆଗେଇ ନେବାକୁ ଚେଷ୍ଟା କରିଥିଲି। ଦଳରେ ଗ୍ରହଣୀୟ ହୋଇପାରିଲିନି। ଆତ୍ମସମ୍ମାନ ଦୃଷ୍ଟିରୁ କଂଗ୍ରେସ ଛାଡ଼ିଲି। ଅନ୍ୟ ଦଳକୁ ଯିବାର ନାହିଁ ବୋଲି ମଧ୍ୟ କହିଛନ୍ତି ବିଜୟ ପଟ୍ଟନାୟକ। ସେ ଆହୁରି କହିଛନ୍ତି ଲୋକଙ୍କ ସେବା କରିବାର ଅଛି। ଲୋକଙ୍କ ପାଖକୁ ଯିବି ବୋଲି କହିଛନ୍ତି।