Odisha Link
Bridging the Missing Links in Odisha

ଓଡ଼ିଶାକୁ ମିଳିଲେ ନୂଆ ପୁଲିସ ମୁଖିଆ, କାହାକୁ ମିଳିଲା ଗୁରୁ ଦାୟିତ୍ବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପରବର୍ତ୍ତୀ ନୂଆ ପୁଲିସ ମୁଖିଆ କିଏ ହେବ? ଲାଗି ରହିଥିବା କଳ୍ପନା ଜଳ୍ପନାରେ ଅନ୍ତ ଘଟିଛି। ଓଡ଼ିଶାର ପରବର୍ତ୍ତୀ ପୁଲିସ ମୁଖିଆ ହେବେ ବରିଷ୍ଠ ଆଇପିଏସ୍‌ ଯୋଗେଶ ବାହାଦୂର ଖରାନିଆ। ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍।

ଗତ ଅଗଷ୍ଟ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବରିଷ୍ଠ ଆଇପିଏସ୍‌ ଓ୍ବାଇ.ବି.ଖୁରାନିଆ। ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଖୁରାନିଆ। ସେ ପରବର୍ତ୍ତୀ ଡିଜିପ ହେବା ନେଇ ଚର୍ଚ୍ଚା ସେତେବେଳୁ ଆରମ୍ଭ ହୋଇଥିଲା। ଯାହା ଏବେ ସତ ହୋଇଛି।

ସେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲା ଏସ୍‌ପି ଭାବେ ମଧ୍ୟ କ୍ୟାରିୟର ପ୍ରାରମ୍ଭିକ କାଳରେ ଦାୟିତ୍ବ ନିର୍ବାହ କରିଛନ୍ତି। ଏଥିସହିତ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି।

ଅଗଷ୍ଟ ୨ ତାରିଖରେ କ୍ୟାବିନେଟ୍ କମିଟି ଶ୍ରୀ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଆଣିଥିଲା।  କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିଲା। ସୂଚନାଯୋଗ୍ୟ, ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.