Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ। ଯାଜପୁର ସିଟି ଓ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ପ୍ରାୟ ୫.୮୫ ଲକ୍ଷ ରାଜସ୍ୱ ହେରଫେର କରିଥିବା ଜଣାପଡ଼ିଛି।

ଟଙ୍କା ହଡ଼ପ ଅଭିଯୋଗରେ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଭୁବନେଶ୍ବର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନିରାକାରପୁରରେ ଚାଲିଛି ଚଢ଼ାଉ।ଭିଜିଲାନ୍ସର ଏହି ଚଢ଼ାଉରେ ୨୫ ଜଣ ଅଫିସର, ୧୪ ଜଣ ଇନ୍‌ସପେକ୍ଟର, ୭ ଜଣ ଡେପୁଟି ଏସ୍‌ପି ସାମିଲ ଅଛନ୍ତି।