Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଚିଫ୍ ଆକାଉଣ୍ଟ ଅଫିସର, ଆୟ ବହିର୍ଭୂତ ସଂପତ୍ତିର ଚାଲିଛି ହିସାବ 

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଓଏସ୍ଆରଟିସି ସିଏଓ ବିଜୟ ମଙ୍ଗରାଜ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ଜାରି କରିଛି। ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘର ସମେତ ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀ, ମୟୂରଭଞ୍ଜ ଷ୍ଟେସନ ରୋଡ୍‌ର ଭୂଇଁଆ ନିବାସରେ ଚଢ଼ାଉ ଜାରି କରିଛି ଭିଜିଲାନ୍ସ ।