ଇନଷ୍ଟାଗ୍ରାମରେ ଜେଲ୍ ଏଡିଜିଙ୍କ ଫେକ୍ ଆକାଉଣ୍ଟ, ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ

ଓଏଲ୍ ବ୍ୟୁରୋ: ସୋସିଆଲ ମିଡିଆ ଯୁଗରେ ଚାରିଆଡ଼େ କାୟା ବିସ୍ତାର କରିବାରେ ଲାଗିଛନ୍ତି ସାଇବର ଠକ। ଏଥିପାଇଁ ସରକାରଙ୍କ ପକ୍ଷରୁ ସଚେତନତା କରାଯାଉଛି। ହେଲେ ସାଇବର ଠକଙ୍କ ଫାଶରେ ବହୁ ସାଧାରଣ ଲୋକ ଫସି ଲକ୍ଷ ଲକ୍ଷ ଟଙ୍କା ହରାଇ ବସୁଥିବା ବେଳେ ଏବେ ସାଇବର ଠକ ପୁଲିସ ବାବୁଙ୍କୁ ବି ଛାଡ଼ୁ ନାହାନ୍ତି। ଆଇପିଏଓ୍ ଅଫିସରଙ୍କ ଫଟୋ ଲଗାଇ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଜନତାଙ୍କୁ ଟଙ୍କା ମାଗୁଛନ୍ତି ଠକ।
ସାଇବର ଠକ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଖୋଲିଛନ୍ତି ଫେକ୍ ଆକାଉଣ୍ଟ। ଏହାପରେ ଲୋକଙ୍କ ନିକଟକୁ ମେସେଜ ପଠାଇ ଟଙ୍କା ମାଗୁଛନ୍ତି। ଏନେଇ କିଛି ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଏ ସମ୍ପର୍କରେ ଜେଲ୍ ଏଡିଜି ଅମିତାଭ ଠାକୁରଙ୍କୁ ଅବଗତ କରିଥିଲେ। ଏହାପରେ ତତ୍କ୍ଷଣାତ ଅମିତାଭ ଠାକୁର ସାଇବର ସେଲ୍ ୟୁନିଟ୍ରେ ଅଭିଯୋଗ କରିଛନ୍ତି। ଏଥିସହ ସେ ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛନ୍ତି । କୌଣସି ମେସେଜ ପାଇଲେ ମଧ୍ୟ ଆର୍ଥିକ କାରବାର ନ କରିବାକୁ ଲୋକଙ୍କୁ ଅବଗତ କରିଛନ୍ତି।