Odisha Link
Bridging the Missing Links in Odisha

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟ କହିଲେ-ଭଗବାନଙ୍କୁ ରାଜନୀତିଠୁ ଦୂରରେ ରଖନ୍ତୁ

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟରେ ତିରୁପତି ଲଡ଼ୁ ବିବାଦ ମାମଲା। ସୁପ୍ରିମକୋର୍ଟ ସୋମବାର କହିଛନ୍ତି, ଯେଉଁ ଲୋକ ସାମ୍ବିଧାନିକ ପଦ ପଦବୀରେ ବସିଛନ୍ତି, ତାଙ୍କଠୁ ଏତିକି ଆଶା ରଖାଯାଇ ପାରିବ ଯେ ଭଗବାନଙ୍କୁ ରାଜନୀତିରୁ ଦୂରରେ ରଖିବେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ତିରପତି ମନ୍ଦିରର ଲଡ଼ୁର ଶୁଦ୍ଧତାକୁ ନେଇ ହୋଇଥିବା ମାମଲାର ଶୁଣାଣି ଚାଲିଛି। ଅଭିଯୋଗ ଆସିଥିଲା ଯେ ତିରୁପତିଙ୍କ ଲଡ଼ୁରେ ଜୀବଙ୍କ ଚର୍ବି ରହିଛି।

ଜଷ୍ଟିସ ଭୂଷଣ ଆର ଗବଇ ଓ ଜଷ୍ଟିସ କେବି ବିଶ୍ବନାଥନଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, ସାମ୍ବିଧାନିକ ପଦ ପଦବୀରେ ଥିବା ଲୋକ ଭଗବାନଙ୍କୁ ରାଜନୀତିରୁ ଦୂରରେ ରଖନ୍ତୁ। ଲଡ଼ୁକୁ ନେଇ ପ୍ରକାଶ ପାଇଥିବା ଲ୍ୟାବ ରିପୋର୍ଟରେ କିଛି ସ୍ପଷ୍ଟୀକରଣ ମିଳି ପାରୁନାହିଁ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଥମେ କାହିଁକି ଗଣମାଧ୍ୟମରେ କହିଲେ ? ଜୁଲାଇ ମାସର ଲ୍ୟାବ ରିପୋର୍ଟକୁ ବର୍ତ୍ତମାନ କାହିଁକି ଆନ୍ଧ୍ର ପ୍ରଦେଶ ସରକାର ପ୍ରକାଶ କରିଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।