Odisha Link
Bridging the Missing Links in Odisha

ଆଇସିସି ରାଙ୍କିଙ୍ଗରେ ଚମକିଲେ ଭାରତୀୟ ଖେଳାଳି

ଓଏଲ୍‌ ବ୍ୟୁରୋ: କାନପୁର ଟେଷ୍ଟ ଫଳାଫଳ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ରାଙ୍କିଙ୍ଗରେ ଆଣିଛି ଚମକ। ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଯେଉଁଥିରେ କମାଲ କରିଛନ୍ତି ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଯଶ୍ବସୀ ଜୟଶଓ୍ବାଲ ଓ ଅଭିଜ୍ଞ ପେସ୍‌ ବୋଲର ଯଶପ୍ରୀତ ବୁମରାହ।

ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ପୁଣି ଥରେ ଟେଷ୍ଟ କ୍ରିକେଟର ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ନିଜ ଦେଶର ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ଵିନଙ୍କୁ ପଛରେ ପକାଇଛନ୍ତି। ବର୍ତ୍ତମାନ ବୁମରାଙ୍କ ରେଟିଂ ପଏଣ୍ଟ ୮୭୦ ରହିଥିବା ବେଳେ ଅଶ୍ଵିନ ୮୬୯ ରେଟିଂ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଦୁଇ ବୋଲର କାନପୁରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରି ୧୧ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ବୁମରା କାନପୁର ଟେଷ୍ଟରେ ୬ ଓ ଅଶ୍ଵିନ ୫ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ବୋଲିଂ ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି ବରୀନ୍ଦ୍ର ଜାଡେଜା।

ସେହିପରି ବ୍ୟାଟିଂ ରାଙ୍କିଗରେ ବି କମାଲ କରିଛନ୍ତି ଟିମ୍‌ ଇଣ୍ଡିଆର ଯୁବ ଖେଳାଳି ଯଶ୍ବସୀ ଜୟଶଓ୍ବାଲ। ସେ ୨ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରନ୍‌ ମେସିନ୍‌ ବିରାଟ କୋହଲି ଟପ୍‌-୧୦କୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ରୋହିତ ଶର୍ମା ଟପ୍‌ ୧୦ରୁ ବାଦ ପଡ଼ିଛନ୍ତି। ବିରାଟ କୋହଲି ୬ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ରହିଛନ୍ତି।

ସେହିପରି ଋଷଭ ପନ୍ତ ୩ଟି ସ୍ଥାନ ତଳକୁ ଖସି ନବମ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୫ଟି ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ଗିଲ୍‌ ମଧ୍ୟ ୨ଟି ସ୍ଥାନ ତଳକୁ ଖସି ୧୬ ତମ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.