ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଆଇସିୟୁ ଖବର ମିଛ: ରତନ ଟାଟା
ଓଏଲ୍ ବ୍ୟୁରୋ: ବିଶ୍ବର ଜଣାଶୁଣା ଉଦ୍ୟୋଗପତି, ସମାଜସେବୀ ଓ ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍ ରତନ ଟାଟା ମେଡିକାଲରେ ଭର୍ତ୍ତି। ମୁମ୍ବାଇର ଏକ ପ୍ରତିଷ୍ଠିତ ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସେପଟେ ସ୍ୱାସ୍ଥ୍ୟବସ୍ଥା ନେଇ ରତନ ଟାଟା ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ।
କିଛି ସମୟ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଶିଷ୍ଟ ଉଦ୍ଦ୍ୟୋଗପତି ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ଲଡ ପ୍ରେସର ତଳକୁ ଖସିବା ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତୀ କରାଯାଇଛି। ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡା ଶାରୁଖ ଅସ୍ପୀ ଗୋଲବାଳାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ୍ ଶ୍ରୀ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି।
ସେପଟେ ସ୍ୱାସ୍ଥ୍ୟବସ୍ଥା ନେଇ ରତନ ଟାଟା ଏକ ବିବୃତି ଜାରି କରି କହିଛନ୍ତି ଯେ ବୟସ ଜନିତ ସମସ୍ୟା କାରଣରୁ ସେ ଚେକ୍ ଅପ୍ ପାଇଁ ମେଡିକାଲ ଯାଇଥିଲେ। ଏଥିରେ ଚିନ୍ତା କରିବାର କିଛି ନାହିଁ। ବୟସ ଜନିତ ଜଟିଳତା ପାଇଁ ଡାକ୍ତରୀ ପରୀକ୍ଷା କରିବାକୁ ଯାଇଥିଲେ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଇସିୟୁରେ ଭର୍ତ୍ତି ହେବା ଖବର ମିଛ, ଗୁଜବରେ ଜନସାଧାରଣ ବିଶ୍ୱାସ କରନ୍ତୁ ନାହିଁ ବୋଲି ନିଜେ ରତନ ଟାଟା କହିଛନ୍ତି।