ଆଜି ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ସୁରକ୍ଷା ପାଇଁ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ଓଏଲ୍ ବ୍ୟୁରୋ: ଆଜି ଭବାନୀପାଟଣାରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଜେନାଖାଲରୁ ମନ୍ଦିର ଅଭିମୁଖେ ମା’ଙ୍କ ବିଜୟ ପ୍ରତିମା ଛତର। ସୁରକ୍ଷା ପାଇଁ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରୁଛନ୍ତି।
ଶୁକ୍ରବାର ଭୋର ୪ଟାରେ ମା’ ମାଣିକେଶ୍ବରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତ ରୀତିନୀତି ପରେ ଭୋରରେ ମା’ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ମାଣିକେଶ୍ବରୀ ମନ୍ଦିରରେ ଛତର ପହଞ୍ଚିଥିବା ପରେ ସେଠାରେ କଳାହାଣ୍ତି ରାଜପରିବାର ଛତରକୁ ସ୍ବାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ।