Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତି ପାଇଁ ଅଶୁଭ ଖବର। ଚାଲିଗଲେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା। ୬୫ ବର୍ଷ ବୟସରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ଦେଇଛନ୍ତି।

ଛାତ୍ର ଜୀବନରୁ ରାଜନୈତି ଯାତ୍ରା ଆରମ୍ଭ କରିଥିଲେ ସ୍ବର୍ଗତ ଉତ୍କଳ କେଶରୀ ପରିଡ଼ା। ସେ ୧୯୮୦-୮୧ ମସିହାରେ ସାଲିପୁର ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୪ ମସିହାରେ କେନ୍ଦ୍ରାପଡ଼ା ବିଧାୟକ ଭାବେ ଓଡ଼ିଶା ଗଣ ପରିଷଦ ଟିକେଟରୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ପରେ ୨୦୧୯ ନିର୍ବାଚନ ସମୟରେ ବିଜେଡିରେ ମିଶିଥିଲେ। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସେ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ।