Odisha Link
Bridging the Missing Links in Odisha

ଭାରତର ନୂଆ ସିଏଜି କେ ସଞ୍ଜୟ ମୂର୍ତ୍ତି, ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ

ଓଏଲ୍‌ ବ୍ୟୁରୋ: ଭାରତର ନୂଆ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ହେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ କେ ସଞ୍ଜୟ ମୂର୍ତ୍ତି। ବର୍ତ୍ତମାନର ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ କେ ସଞ୍ଜୟ ମୂର୍ତ୍ତି। ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ମୂର୍ତ୍ତି ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୯ ମସିହା ଆଇଏଏସ୍‌ ଅଫିସର।