ପର୍ଥ ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଭାରତ, ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କଲେ ୨ ଷ୍ଟାର ଖେଳାଳି
ଓଏଲ୍ ବ୍ୟୁରୋ: ଆରମ୍ଭ ହେଲା ମହାମୁକାବିଲା। ବର୍ଡର-ଗାଭସ୍କର ଟ୍ରଫିର ପ୍ରଥମ ମୁୁକାବିଲାରେ ଟିିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ଆକୁ ଓହ୍ଲାଇବ କଙ୍ଗାରୁ ବାହିନୀ । ଏହି ହାଇଭୋଲଟେଜ ମୁକାବିଲାରେ ଭାରତୀୟ ଦଳ ପକ୍ଷରୁ ଦୁଇ ଜଣ ଯୁୁବ ଖେଳାଳି ଟେଷ୍ଟ ପଦାର୍ପଣ କରିଛନ୍ତି। ଦ୍ରୁତ ବୋଲର ହର୍ଷିତ ରାଣା ଓ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଭାରତୀୟ ଦଳ ପାଇଁ ଟେଷ୍ଟ ପଦାର୍ପଣ କରିଛନ୍ତି। ବିରାଟ କୋହଲି ଏହି ଯୁୁବ ଖେଳାଳିଙ୍କୁ ଟେଷ୍ଟ କ୍ୟାପ୍ ପ୍ରଦାନ କରିଛନ୍ତି।
ଭାରତୀୟ ଚୂଡ଼ାନ୍ତ ଏକାଦଶ: କେ ଏଲ ରାହୁଲ, ଯଶ୍ବସୀ ଜଶଓ୍ବାଲ, ଦେବଦତ୍ତ ପାଡିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡୀ, ଓ୍ବାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ