ବିଧାନସଭାରେ ଷଣ୍ଢ ପ୍ରସଙ୍ଗ ଉଠାଇଲେ ତାରା, କେଉଁ ଜିଲ୍ଲାରେ ଅଧିକା ଷଣ୍ଢ ଅଛନ୍ତି ଜାଣନ୍ତୁ…

ଓଏଲ୍ ବ୍ୟୁରୋ: ବିଧାନସଭାରେ ଉଠିଲା ଷଣ୍ଢ ପ୍ରସଙ୍ଗ। ବିଧାନସଭାରେ ଷଣ୍ଢ ହିସାବ ଦେଲେ ମନ୍ତ୍ରୀ। ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ସେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।
କଂଗ୍ରେସ ବିଧାୟକ ତାରା ବାହିନୀପତି ଗୃହରେ ପ୍ରଶ୍ନ କରିଥିଲେ ଯେ ରାଜ୍ୟର କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ସେମାନଙ୍କ ସଂଖ୍ୟା କେତେ? ଆଉ ଷଣ୍ଢ ବଂଶର ବୃଦ୍ଧି ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି। ଏହାର ଉତ୍ତର ରଖିଥିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ସେ କହିଛନ୍ତି, ରାଜ୍ୟର ୩୦ ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି। ଆଉ ଷଣ୍ଢ ବଂଶର ବୃଦ୍ଧି ପାଇଁ କୃତ୍ରିମ ପ୍ରଜନନ କରି ୯୦ ପ୍ରତିଶତ ଉନ୍ନତ ମାନର ମାଈ ବାଛୁରୀ ଜନ୍ମ କରାଯାଉଛି। ତେବେ ରାଜ୍ୟରେ ଗତ ପ୍ରାଣୀ ଗଣନା ଅନୁସାରେ, ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ଥିଲେ। ଯାହାକି ଏବେର ତୁଳନାରେ ୩୩ ହଜାରରୁ କମ୍ ବୋଲି ସେ ସୂଚନା ଦେଇଛନ୍ତି।
ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪୭,୩୭୭ ଷଣ୍ଢ ଥିବାବେଳେ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ଷଣ୍ଢ ରହିଛନ୍ତି। ତେବେ ନଜର ପକାନ୍ତୁ କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି।