Odisha Link
Bridging the Missing Links in Odisha

ଅଲ୍ଲୁ ଅର୍ଜୁନ ଗିରଫ

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ମାମଲାରେ ପୁଷ୍ପା-୨ର ହିରୋ ଅଲ୍ଲୁ ଅର୍ଜୁନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଷ୍ପା-୨ର ସ୍କ୍ରିନିଂ ବେଳେ ଦଳାଚକଟା ହୋଇଥିଲା। ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ସେହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୁଲିସ।

ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାଲାରେ ପୁଷ୍ପା ୨ ଅଭିନେତା ଅଲ୍ଲୁ ଅର୍ଜୁନ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ। ହାଇଦ୍ରାବଦର ସନ୍ଧ୍ୟା ସିନେମା ହଲରେ ପୁଷ୍ପା-୨ ଦେଖିବାକୁ ଯାଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ଅଲ୍ଲୁ। ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଥିଲେ। ଏପରିକି ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସେ ବ୍ୟକ୍ତିଗତ ଭାବେ ଯାଇ ଭେଟିବେ ବୋଲି ମଧ୍ୟ ଜଣାଇଥିଲେ।

ଏହାସହ ସେହି ପରିବାରକୁ ସେ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଡିସେମ୍ବର-୫ ତାରିଖରେ ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ୨ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା। ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ। ମୃତ ମହିଳାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି।