Odisha Link
Bridging the Missing Links in Odisha

ଡକ୍ଟର ହରିବାବୁ କମଭମପତି ଓଡ଼ିଶାର ନୂଆ ରାଜ୍ୟପାଳ

ଓଏଲ ବ୍ୟୁରୋ : ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ରଘୁବର ଦାସ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଡକ୍ଟର ହରିବାବୁ କମଭମପତି। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି।ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁ କମଭମ୍ପତି ରାଜ୍ୟପାଳ ନିଯୁକ୍ତ।

ନିକଟରେ ରଘୁବର ଦାସ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ପଠାଇଥିଲେ। ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଗ୍ରହଣ କରିବା ପରେ ନୂଆ ରାଜ୍ୟପାଳ ନିଯୁକ୍ତ ହେଇଛନ୍ତି। ସୂଚନାଥାଉକି ୨୦୨୩ ଅକ୍ଟୋବର ୧୮ ତାରିଖରେ ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ।