ଟ୍ରାଫିକ୍ ନିୟମର ନୂଆ ଫର୍ମୁଲା

ଭୁବନେଶ୍ବର: ଟ୍ରାଫିକ୍ ନିୟମ ବୁଝାଇବାର ନୂଆ ଫର୍ମୁଲା। ଚକୋଲେଟ ଓ ଗୋଲାଫ ଫୁଲ ନିଅ, କିନ୍ତୁ ଟ୍ରାଫିକ୍ ନିୟମ ମାନନ୍ତୁ । ଭୁବନେଶ୍ୱର ପରେ କଟକରେ ଲୋକଙ୍କୁ ଟ୍ରାଫିକ ନିୟମ ନେଇ ଏପରି ସଚେତନ କରାଯାଉଛି। ଟ୍ରାଫିକ ଡିସିପି ସାଗରିକା ନାଥ ନିଜେ ଫୁଲ ଓ ଚକୋଲେଟ ଦେଇ ଲୋକଙ୍କୁ ବୁଝାଉଛନ୍ତି। ନୂଆ ମୋଟରଯାନ ଆଇନ୍ ଆସିବା ପରେ ସାରା ରାଜ୍ୟରେ ଯାଞ୍ଚ କନାକଡ଼ି କରାଯାଇଛି। ଆଉ ଏଥିପାଇଁ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ମଧ୍ୟ ଦେଖିବା ପାଇଁ ମିଳିଛି। ତେବେ ଆଜି କଟରେ ଲୋକଙ୍କୁ ନିଆରା ଢ଼ଙ୍ଗରେ ସଚେତନ କରାଯାଉଛି। ଏପରି କରିବା ଦ୍ୱାରା ଜନସାଧାରଣ ନିୟମ ମାନିବେ ବୋଲି ଆଶା ବାନ୍ଧିଛି ପୋଲିସ୍ ବିଭାଗ।
ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ମୋଟା ଅଙ୍କର ଜୋରିମାନା ଆଦାୟ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱର ରାଜମହଲରେ ଫାଇନ ଆଦାୟକୁ ନେଇ ରଣକ୍ଷେତ୍ର ସୃଷ୍ଟି ହୋଇଥିଲା। ଲୋକମାନେ ସରକାରୀ ଗାଡିକୁ ଅଟକାଇ କାଗଜ ପତ୍ର ମାଗିବାରୁ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ ଟ୍ରାଫିକ ନିୟମକୁ କୋହଳ କରିଛନ୍ତି। ୩ ମାସ ଭିତରେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଚକୋଲେଟ ଓ ଫୁଲ ଦେଇ ଏବେ ଲୋକଙ୍କୁ ସଚେତନ କରାଯାଉଛି।