Odisha Link
Bridging the Missing Links in Odisha

ଓଡ଼ି଼ଶା ଫେରିଲେ ଅମିତ ରୋହିଦାସ,ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଫେରିଛନ୍ତି ପ୍ୟାରିସ୍‌ ଅଲିମ୍ପିକ୍ସ ହକି ବ୍ରୋଞ୍ଜ ପଦକ ବିଜେତା ତଥା ଓଡ଼ିଆ ପୁଅ ଅମିତ ରୋହିଦାସ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପରମ୍ପରା ଅନୁସାରେ ଅମିତଙ୍କ ମଥାରେ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ ପରିବାର ଲୋକ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଅମିତ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଅମିତ ରୋହିଦାସ। ଓଡ଼ିଆ ପୁଅ ଅମିତଙ୍କୁ ମୁଖ୍ୟମନ୍ତ୍ରୀ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ଅମିତ ରୋହିଦାସ ଆମ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଅମିତ ରୋହିଦାସ କହିଛନ୍ତି ଯେ ଖ୍ୟମନ୍ତ୍ରୀଙ୍କୁ ଭେଟି ମୁଁ ବହୁତ ଖୁସି।

ସୂଚନାଥାଉକି, ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ କହିଥିଲେ। ତେବେ ଟିମ୍‌ରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Leave A Reply

Your email address will not be published.