Odisha Link
Bridging the Missing Links in Odisha

ବିଏମ୍‌ସିରେ କମ୍ପନ, ବିଜେଡି ଛାଡ଼ି ବିଜେପିରେ ମିଶିଲେ କର୍ପୋରେଟର ବନ୍ଦିତା ପାଲ

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ ହେଲେ ଏବେ ସୁଦ୍ଧା ସରିନାହିଁ ଦଳ ଅଦଳବଦଳ ରାଜନୀତି। ଆଜି ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିର ହାତ ଧରିଛନ୍ତି ଭୁବନେଶ୍ବର ମହାନଗର ନିଗମର ୩୭ ନଂ ଓ୍ବାର୍ଡର କର୍ପୋରେଟର ବନ୍ଦିତା ପାଲ।

ସେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। କିଛି ରାଜନୈିତକ କାରଣ ଦର୍ଶାଇ ଦଳ ଛାଡ଼ିଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ବନ୍ଦିତା ପାଲଙ୍କ ସ୍ବାମୀ ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି।