Odisha Link
Bridging the Missing Links in Odisha

ବିଜେଡି ଦଖଲରେ ରହିଲା ନିମାପଡ଼ା ଅଧ୍ୟକ୍ଷା ପଦ, ଅନାସ୍ଥା ପ୍ରସ୍ତାବ ଖାରଜ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଶେଷ ହେବାର ୨ ମାସ ପରେ ନିମାପଡ଼ା ରାଜନୀତି ଚର୍ଚ୍ଚାରେ। ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ସସ୍ମିତାଙ୍କ ବିରୋଧରେ ଦୁଇ ତୃତୀୟାଂଶ ଭୋଟ ଆସି ନଥିବାରୁ ଖାରଜ ହୋଇଛି ପ୍ରସ୍ତାବ। ନିଜ ପଦ ବଜାୟ ରଖିବାରେ ସଫଳ ହେଲେ ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁ।

ଆଜି ନିମାପଡ଼ା ଏନ୍‌ଏସି ଅଧ୍ୟକ୍ଷାଙ୍କ ସପକ୍ଷରେ ଭୋଟ ଦେଲେ ୭ ସଦସ୍ୟ, ଗୋଟିଏ ଭୋଟ୍‌ ନାକଚ ହୋଇଛି। ୧୧ ସଦସ୍ୟ ବିଶିଷ୍ଟ ଏନ୍‌ଏସିରେ ଆଜି ଭୋଟ ଦେଇଥିଲେ ୮ ଜଣ। ବିଜେଡିର ୧, ବିଜେପିର ୧, ଜଣେ ସ୍ୱାଧୀନ ଭୋଟ୍ ଦେଇନଥିଲେ। ଯାହାଫଳରେ ସସ୍ମିତା ସାହୁ ନିଜ ପଦ ସୁରକ୍ଷତି କରିଛନ୍ତି।