Odisha Link
Bridging the Missing Links in Odisha

ଆସନ୍ତାକାଲି ଓଡ଼ିଶା ଆସିବ ଭାରତୀୟ ହକି ଦଳ

 

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ଆସନ୍ତାକାଲି ଓଡ଼ିଶା ଆସିବେ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକି ଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ପରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଶୋଭାଯାତ୍ରା ଆୟୋଜନ। କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି ଦିଆଯିବ ବୋଲି ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।