ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଆରଆଇ ଓ ଅମିନ ଗିରଫ

ଓଏଲ୍ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଗିରଫ ହେଲେ ସରକାରୀ ଅଫିସର। କେଶାଇବାହାଲ ଆରଆଇ ଓ ଅମିନଙ୍କଚ ଗିରଫ କରିଛି ଭିଜିଲାନ୍ସ। ଆରଆଇ ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫ ହୋଇଛନ୍ତି। ଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍।
ଅଭିଯୋଗ ମୁତାବକ ଜଣେ ବ୍ୟକ୍ତି ଜମିଜମା କାଗଜପତ୍ର କାର୍ଯ୍ୟ କରିବା ପାଇଁ ଆରଆଇ ଅଫିସ ଆସିଥିଲେ। କାମ କରିବା ପାଇଁ ତାଙ୍କୁ ୩ ହଜାର ଟଙ୍କା ମାଗିଥିଲେ ସରକାରୀ ଅଧିକାରୀ। ବ୍ୟକ୍ତି ଜଣକ ୩ ହଜାର ଟଙ୍କା ଦେବା ପରେ ଆଉ ୭ ହଜାର ଟଙ୍କା ମାଗିଥିଲେ ସରକାରୀ ବାବୁ। ଯାହାଫଳରେ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ।
ଭିଜିଲାନ୍ସ ପକ୍ଷରୁ ହୋଇଥିବା ଯୋଜନା ମୁତାବକ ବାକି ୭ ହଜାର ଟଙ୍କା ଦେବାକୁ ବ୍ୟକ୍ତି ଜଣଙ୍କୁ କୁହାଯାଇଥିଲା। ବ୍ୟକ୍ତିଙ୍କଠୁ ୭ ହଜାର ଟଙ୍କା ନେବା ସମୟରେେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ ।