Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ, ସକାଳେ ଛାଡ଼ିଥିଲେ ବିଜେଡି

ଓଏଲ୍‌ ବ୍ୟୁରୋ: ବଡ଼ମ୍ବା ରାଜନୀତିରେ ବଡ଼ ଓଲଟପାଲଟ। ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ବଡ଼ମ୍ବା ବ୍ଲକ୍‌ ଅଧ୍ୟକ୍ଷ ରଘୁପତି ମହାନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଶିବରରେ ଯୋଗ ଦେଇଛନ୍ତି।

ଆଜି ସକାଳେ ସେ ବିଜେଡି ଛାଡ଼ିଥିବା ନେଇ ସୂଚନା ଦେଇଥିଲେ। ସେ ମେଲ୍‌ ଯୋଗେ ବିଜେଡି ସୁପ୍ରିମୋଙ୍କୁ ଦଳ ଛାଡ଼ିବା କଥା ଜଣାଇଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦେଇଛନ୍ତି।