Odisha Link
Bridging the Missing Links in Odisha

ମଣ୍ଡିରୁ ଉଠୁନି ଧାନ, ତାତିଲେ ଶତାଧିକ ଚାଷୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି। ଆଉ ଯାହା ଅଛି ଆଗାମୀ ଲଘୁଚାପ ବର୍ଷା ଉଜାଡି ଦେବ ବୋଲି ଚାଷୀ କହିଛନ୍ତି।

ଏପେଟ ରାଜ୍ୟରେ ମଣ୍ଡିରେ ଧାନ ନ ଉଠିବାରୁ ତାତିଲେ ଶତାଧିକ ଚାଷୀ। ମିଲର୍ସ ନଆସିବାରୁ ସାରସମାଲ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିଛି। ପ୍ରତିବାଦରେ ସାରସମାଲ ଛକରେ ବରପାଲି-ରାମପୁର ରାସ୍ତା ରୋକିଲେ। ୧୪ ଦିନ ହେବ ଧାନ ଉଠା ଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି।