ନନାଙ୍କ ନିଆରା ଆଶୀର୍ବାଦ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆରେ ଗତ ଦଶହରା ଦିନର ଏ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପଲଟଣ ପଡିଆ ନିକଟରେ ଦଶହରା ଦିନ ଗାଡି ପୂଜାର୍ଚ୍ଚନା କରିବା ପାଇଁ ଲୋକମାନେ ରୁଣ୍ଡ ହୋଇଥିଲେ। ଏହି ଅବସରରେ ଏଠାରେ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣ ଜଣଙ୍କ ଲୋକଙ୍କ ମୁଣ୍ଡ ଉପରେ ଗୋଡ ରଖି ଆଶୀର୍ବାଦ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।
ସଂପୃକ୍ତ ବ୍ରାହ୍ମଣ ଜଣଙ୍କ ଭିନ୍ନ ଭିନ୍ନ ଷ୍ଟାଇଲରେ ଲୋକମାନଙ୍କୁ ଆଶୀର୍ବାଦ କରୁଥିବାର ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ବ୍ରାହ୍ମଣଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ। କେହି ହେଲେ ବି ବିରୋଧ କରୁନଥିଲେ। ସଂପୃକ୍ତ ବ୍ରାହ୍ମଣ ଜଣଙ୍କ ହେଉଛନ୍ତି ରାମଚନ୍ଦ୍ର ସାମନ୍ତରାୟ। ସେ ଏଭଳି ଷ୍ଟାଇଲ୍ ରେ ଆଶୀର୍ବାଦ କରିଥାନ୍ତି।