ଗୋରୁ ଚାଲାଣ ବେଳେ ୬ଟି ଟ୍ରକ୍ ଜବତ; ୩ ମାଫିଆ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ନିତ୍ୟାନନ୍ଦପୁରରେ ୬ଟି ଗୋରୁ ବୋଝେଇ ଟ୍ରକ୍ ଜବତ କରାଯାଇଛି। ୬ଟି ଟ୍ରକରୁ ହଜାରରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି।
ରାଜ୍ୟ ବାହାରକୁ ଗୋରୁ ଚାଲାଣ ହେବାର ସୂଚନା ପାଇ ରାଜ୍ୟ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରିଥିଲା। ପୋଲିସର ଚଢାଉ ବେଳେ ଗୋରୁ ମାଫିଆ ପୋଲିସ ଉପରକୁ ଗୁଳି ଚଲାଇଥିଲେ। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନି। ଟ୍ରକରେ ଗୁଳି ବାଜିଛି। ଘଟଣାରେ ୩ ଜଣ ଗୋରୁ ମାଫିଆଙ୍କୁ ଗିରଫ କରିଛି ପୋଲିସ।