ଓଡ଼ିଶାରେ ବନ୍ଦର ପ୍ରଭାବ ନାହିଁ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣାରେ ଆଜି ଦେଶବ୍ୟାପୀ ଆନେ୍ଦାଳନ କରାଯାଉଛି । ଦେଶବ୍ୟାପୀ ଦିଆଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଓଡ଼ିଶା ଶାଖା ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଛି । ତେବେ ଓଡ଼ିଶାରେ ବନ୍ଦର ବିଶେଷ ପ୍ରଭାବ ପଡିନାହିଁ । ଜରୁରୀକାଳୀନ ସେବା ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେରର୍ଦ୍ଧା କହିଛନ୍ତି ।
ସେ କହିଛନ୍ତି ଯେ, ମୁଁ ଆନେ୍ଦାଳନକାର କର୍ମକର୍ତ୍ତାଙ୍କ ସହ କଥା ହୋଇଛି । ବିଶେଷ ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି । ଦେଶବ୍ୟାପୀ ଡାକ୍ତର ଧର୍ମଘଟକୁ ଓଡ଼ିଶା ଶାଖା ସମର୍ଥନ ଦେଉଥିବା ଆଇଏମଏ ଓଡ଼ିଶା ଶାଖାର ସମ୍ପାଦକ ଜନ୍ମେଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅସୁନାରେ, ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କ ସହ ହୋଇଥିବା ହିଂସାକାଣ୍ଡକୁ ବିରୋଧ ପ୍ରଦର୍ଶନ କରି ଏହି ବନ୍ଦ ପାଳନ କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟର ଡାକ୍ତରଙ୍କୁ ଏବଂ ମେଡିକାଲ କର୍ମୀଙ୍କୁ ସୁରକ୍ଷା ଦେବାକୁ ସୁନିଶ୍ଚିତ କରିବାକୁ କହିବା ପରେ ଆଇଏମଏ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ଦେଶର ସର୍ବ ବୃହତ୍ତମ ମେଡିକାଲ ସଂସ୍ଥା ଆଇଏମଏ ଦାବି କରିଛି କି, କେନ୍ଦ୍ରୀୟ ସ୍ତରରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନିୟମ ଆସିବା ଆବଶ୍ୟକ । ଡାକ୍ତରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବା ନିହାତି ଜରୁରୀ । ଡାକ୍ତରଙ୍କ ବିରୋଧରେ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳିବା ଉଚିତ୍ । ଆଇପିସି ଏବଂ ସିପିସିରେ ପରିବର୍ତନ ଆସିବା ଦରକାର ।