ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କରିଲେ ଧର୍ମ ପରିବର୍ତ୍ତନ

ନୂଆଦିଲ୍ଳୀ: ହରିଶ ସାଲଭେ ଭାରତର ଜଣେ ଜଣାଶୁଣା ଓକିଲ। ଏହି ବରିଷ୍ଠ ଓକିଲ ଅକ୍ଟୋବର ୨୮ ତାରିଖରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି। ୬୫ ବର୍ଷିୟ ସାଲଭେ ଗତମାସରେ ୩୮ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇ ମିନାକ୍ଷୀ ସାଲଭେଙ୍କୁ ତଲାକ ଦେଇଥିଲେ। ଆଇନ୍ ଅନୁସାରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ। ହରିଶ ସାଲଭେ ଓ ମିନାକ୍ଷୀଙ୍କର ୨ଜଣ ଝିଅ ମଧ୍ୟ ଅଛନ୍ତି।
ସାଲଭେ ନିଜ ଧର୍ମ ବଦଳାଇ ଏବେ ଇସାଇ ଧର୍ମ ଗ୍ରହଣ କରିଛନ୍ତି। ହରିଶ ତାଙ୍କ ସାଙ୍ଗ କାରୋଲିନ ବ୍ରାସଡଙ୍କୁ ଅକ୍ଟୋବର ୨୮ ତାରିଖରେ ଲଣ୍ଡନର ଏକ ଚର୍ଚ୍ଚ ବିବହା କରିବାକୁ ଯାଉଛନ୍ତି। ଉଭୟ ୨ୟ ବିବାହ କରିବାକୁ ଯାଉଛନ୍ତି। ସାଲଭେଙ୍କ ଭାବି ପତ୍ନୀ କାରୋଲିନଙ୍କ ସହିତ ବିଗତ ୨ବର୍ଷ ହେବ ନିୟମିତ ରୂପରେ ଉତ୍ତର ଲଣ୍ଡନର ଚର୍ଚ୍ଚକୁ ଯିବା ଆସିବା କରୁଛନ୍ତି। ହରିଶ ସାଲଭେ ଓ କାରୋଲିନ୍ଙ୍କର ଏହା ୨ୟ ବିବାହ। କାରୋଲିନ୍ ପେସାରେ ଜଣେ କଳାକାର ଏବଂ ତାଙ୍କର ଜଣେ ଝିଅ ଅଛି।