ବୁଡ଼ିଗଲା ମାଛ ଧରା ଡଙ୍ଗା

ବାଲେଶ୍ୱର : ବାଲେଶ୍ୱର କଷାଫଳ ମୁହାଣ ନିକଟରେ ଅଘଟଣ। ଏହି ଘଟଣାରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ମତ୍ସଜୀବୀ ଜଣକ କଷାଫଳ ମୁହାଣ ଅଞ୍ଚଳର ପଞ୍ଚାନନ ଦଳେଇ ବୋଲି ଜଣାପଡିଛି। ତାଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି।
ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳରୁ ୪ଜଣ ମତ୍ସ୍ୟଜୀବୀ ଏକ ଭୁଟୁଭୁଟି ଡଙ୍ଗାରେ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ତେବେ ଗତକାଲି ଫେରୁଥିବା ବେଳେ କଷାଫଳ ମୁହାଣ ନିକଟରେ ହଠାତ୍ ପବନରେ ସେମାନଙ୍କ ଡଙ୍ଗାଟି ବୁଡି ଯାଇଥିଲା। ତାପର ଠାରୁ ପଞ୍ଚାନନ ଦଳେଇ ନିଖୋଜ ଅଛନ୍ତି।