ଦିନେ ବିଶ୍ବକପ୍ରେ ହିରୋ ଥିଲେ, ଏବେ ରାସ୍ତାରେ ବିକୁଛନ୍ତି ଛୋଲେ

ଲୁଧିଆନା: କ୍ରିକେଟ ଭାରତରେ ଏକ ପ୍ରମୁଖ ଖେଳ। ଏହି ଖେଳକୁ ନେଇ ଯୁବବର୍ଗ ବେଶି ଉତ୍ସାହିତ ହୋଇଥାନ୍ତି। ହେଲେ ଏହି ଖେଳରେ ଭାଗ୍ୟ ସାଥ ଦେଲେ ଖେଳାଳି ମାନେ କୋଟିପତି ହୁଅନ୍ତି ନହେଲେ ରାସ୍ତା କଡ଼ରେ ଠିଆ ହୁଅନ୍ତି। ଦିନେ କ୍ରିକେଟର ହିରୋ ଏବେ ତାଙ୍କ ଜୀବନ ଯାତ୍ରାରେ ଜିରୋ ହୋଇ ଯାଇଛନ୍ତି। ୨୦୦୮ ୱାଲର୍ଡ କପ୍ରେ ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିବା ସହ ହିରୋ ଥିଲେ କହିଲେ କିଛି ଭୁଲ ହେବନି। କିନ୍ତୁ ସେହି ଖେଳାଳି ଆଜି ରାସ୍ତା କଡରେ ଛୋଲେ ମଟର, ଚାଉମିନ ବିକ୍ରି କରୁଛନ୍ତି। ଏହା ବିଶ୍ବାସ ଲାଗୁନଥିଲେ ମଧ୍ୟ କଥାଟି ସତ। ପୈରୀଙ୍କ ଏଭଳି ଜୀବନ କାହାଣି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨୦୦୮ ବିଶ୍ବକପ୍ରେ ସଫଳତା ହାସଲ କରିବାରେ ମୁଖ୍ୟ ଭୂମିକା ଥିଲ଼ା ଭାରତୀୟ ଟିମ୍ର ଏହି ଖେଳାଳିଙ୍କର। ଏବେ ସେ ନିଜ ଘର ଚଳାଇବା ପାଇଁ ରାସ୍ତା କଡରେ ଖାଇବା ବିକ୍ରି କରୁଛନ୍ତି। ଏହି ଖେଳାଳୀ ହେଉଛନ୍ତି ପୈରୀ ଗୋୟଲ।
୧୯ ବର୍ଷରୁ କମ ୨୦୦୮ ବିଶ୍ବକପ୍ ତାଙ୍କୁ ଜଣେ ହିରୋର ପରିଚୟ ଦେଇଥିଲା। କ୍ୟାପ୍ଟେନ୍ ବିରାଟ କୋହଲୀଙ୍କର ଖାସ ମିତ୍ର ଥିଲେ ପୈରୀ। ଖରାପ ଫର୍ମ ଯୋଗୁଁ ସେ ଧିରେ ଧିରେ ଗ୍ରାଉଣ୍ଡରୁ ଦୂରାଇଯାଇଥିଲେ। ତାଙ୍କ ଭଳି ଏମିତି ଅନେକ ଅଣ୍ଡର -୧୯ ଖେଳାଳୀ ଅଛନ୍ତି ଯିଏ କ୍ରିକେଟ ଜଗତରୁ ଦୂରେଇ ଯାଇଛନ୍ତି।