Odisha Link
Bridging the Missing Links in Odisha

ମହାପ୍ରଭୁଙ୍କୁ ସୁନାର ଜିଭ ଛେଲା ଦାନ କଲେ ଭକ୍ତ

ପୁରୀ: ଶ୍ରୀଜିଉଙ୍କୁ ୩ ଗୋଟି ସୁନାର ଜିଭ ଛେଲା ଦାନ କରିଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁବର୍ଣ୍ଣ ଜିଭି ଦାନ କରିଛନ୍ତି ଜନୈକ ଦାତା। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଅନ୍ୟ ପ୍ରଶାସନ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଭୁବନେଶ୍ବର ବାସିନ୍ଦା ପଦ୍ମଚରଣ ପାତ୍ର ଏହି ଦାନ କରିଛନ୍ତି।

ମିଳିଥିବା ସୂଚନା ମୁତାବିକ ୩ଟି ସୁବର୍ଣ୍ଣ ଜିଭିରେ ସମୁଦାୟ ୯୦ ଗ୍ରାମ ୩୩୦ ମିଲିଗ୍ରାମ ସୁନା ବ୍ୟବହାର ହୋଇଛି। ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁନାର ଜିଭଛେଲା ବ୍ୟବହାର ହୋଇଥାଏ। ଏହାପୂର୍ବରୁ ମହାପ୍ରଭୁଙ୍କୁ ଶ୍ରୀ ପାତ୍ର ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରି ଚର୍ଚ୍ଚାରେ ଥିଲେ।