ବନ୍ୟାରେ ଧୋଇଗଲା ଏପ୍ରୋଚ୍ ରୋଡ୍

ରାୟଗଡା : ଗତକାଲି ରାତିରେ ବନ୍ୟାପାଣି ଆସିବା ଯୋଗୁଁ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁରର ପୁରୁଣା ପୋଲର ଏପ୍ରୋଚ୍ ରୋଡ୍ ଧୋଇଯାଇଛି। ଫଳରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଗାଡି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗତକାଲି ରାତିରୁ ଏହି ପୋଲ ଦେଇ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଅନେକ ଯାନବାହାନ। ଏଠାରେ ଏକ ସ୍ଥାୟୀ ବ୍ରିଜ୍ କାମ ଚାଲିଛି। ବର୍ଷ ବର୍ଷ ଧରି କାମ ଚାଲୁ ରହିଛି । ମନ୍ଥର ଗତିରେ କାମ ଚାଲୁ ଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଏହିଭଳି ଅସୁବିଧା ଉପୁଜୁଛି। ଉକ୍ତ ନାଳରେ ସାମାନ୍ୟ ପାଣି ଆସିଲେ ସେହି ରାସ୍ତା ଦେଇ ଯାତାୟତ ବନ୍ଦ ହୋଇଯାଉଛି।
Comments are closed.