Odisha Link
Bridging the Missing Links in Odisha

କୋରାପୁଟ ବିଜେଡ଼ିରେ ଫାଟ, ତଥାପି ବି ବିଜେଡ଼ି ଜିତିଲା

ଭୁବନେଶ୍ୱର : କୋରାପୁଟ ବିଜେଡ଼ିରେ ସବୁକିଛି ଠିକ ଚାଲିନାହିଁ। ଯାହାର ନଜିର ଆଜି ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ବେଳେ ଫାଟ ଜଳଜଳ କରି ପଦାକୁ ଆସିଛି। ଏମିତିକି ହାଇକମାଣ୍ଡଙ୍କ ନିଷ୍ପତିକୁ ବି ଚ୍ୟାଲେଞ୍ଜ କରିଛନ୍ତି ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ। ଯାହା ଏବେ କୋରାପୁଟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସଂଖ୍ୟାଧିକ ଜିଲ୍ଲା ପରିଷଦ ସଭ୍ୟ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ ଦଳର ଟେକ ରହିପାରିଛି।
ମଙ୍ଗଳବାର କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଏହି ପଦବୀ ପାଇଁ ଦଳ ପକ୍ଷରୁ ନାର୍ସାଲ ମାମୁଡ଼ିଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେବେ ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ପାର୍ବତୀ ମସ୍ତି ପ୍ରାର୍ଥୀ ହୋଇଥିଲେ। ଫଳରେ ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ତେବେ ଦଳୀୟ ପ୍ରାର୍ଥୀ ନାର୍ସାଲ ୧୬ ଖଣ୍ଡ ଭୋଟ ପାଇଥିବାବେଳେ ପାର୍ବତୀଙ୍କୁ ୮ ଖଣ୍ଡ ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଅପରପକ୍ଷରେ ପାର୍ବତୀଙ୍କୁ କୋରାପୁଟ ଜିଲ୍ଲା ସଭାପତି ନିଲମ୍ବିତ କରିଛନ୍ତି।