ପରଦାକୁ ଅସିବ ମିତାଲି ରାଜଙ୍କ ବାୟୋପିକ୍

ଭୁବନେଶ୍ବର : ବଲିଉଡ଼ ଠାରୁ ଆରମ୍ଭ କରି ତାମିଲ ପର୍ଯ୍ୟନ୍ତ ଏବେ ବାୟୋପିକର ସୁଅ ଛୁଟିବାରେ ଲାଗିଛି। ରାଜନୈତିକ ବ୍ୟକ୍ତିହୋଉ କି କ୍ରୀଡ଼ାବିତ ତାଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ରମାନ ନିର୍ମାଣ ହେବାରେ ଲାଗିଛି। ଗତ କିଛି ବର୍ଷହେବ ଭାଗ ମିଲଖା ଭାଗ୍, ଶୁରମା, ମେରି କମ୍, ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରୀ ଭଳି ସିନେମାଗୁଡିକ ହୋଇଯାଇଛି। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରୁଥିବା ଦେଖାଯାଇଛି। ଚଳିତବର୍ଷ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓ ୧୯୮୩ ବିଶ୍ବକପର ହିରୋ କପିଲ ଦେବଙ୍କ ଜୀବନୀକୁ ନେଇ ସିନେମା ମୁକ୍ତିଲାଭ କରିବାର ଅଛି। ଯେଉଁଥିରେ ରଣବୀର ସିଂହ କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ ଓ ଯାହାର ନାମ ‘୮୩’ ରଖାହୋଇଛି।
ସୂଚନା ଅନୁସାରେ ଏବେ ମହିଳା କ୍ରିକେଟର ମିତାଲି ରାଜଙ୍କ ଉପରେ ଏକ ବାୟୋପିକ୍ ହେବାକୁ ଯାଉଛି। ଏଥିରେ ‘ତାପସି ପନ୍ନୁ’ ମିତାଲି ରାଜଙ୍କ ଭୂମିକାରେ ନଜର ଆସିପାରନ୍ତି ଏବଂ ସେହିଭଳି ଟେନିସ୍ ତାରକା ସାଇନା ନେହୱାଲଙ୍କ ଉପରେ ଏକ ବାୟୋପିକ ହେଉଛି। ଯେଉଥିରେ ପରିଣୀତି ଚୋପ୍ରା ସାଇନାଙ୍କ ଚରିତ୍ରରେ ଦେଖାଦେବେ।