Odisha Link
Bridging the Missing Links in Odisha

ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ସଡକ ଦୁର୍ଘଟଣା

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ନଛିମପୁର ପଞ୍ଚାୟତ ର ଦେଉଳା ଗ୍ରାମର ବିମଳ ଜେନା ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଏକ ମାଲବାହୀ ଟ୍ରକ ତାଙ୍କୁ ଧକ୍କା ଦେଇ ଉପରେ ଚଢି ଯାଇଥିଲା ।
ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଜଳେଶ୍ବର ସ୍ଥିତ ଗୋପୀକିଶାନ ଭଟ୍ଟର ହସପିଟାଲକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.