Odisha Link
Bridging the Missing Links in Odisha

୫ ବର୍ଷ ହେଲା ଅନୁପସ୍ଥିତ ଥିଲେ ଇନ୍ସପେକ୍ଟର

ଭୁବନେଶ୍ୱର : ଶୁକ୍ରବାର ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଦିନେ କି ମାସେ କି ବର୍ଷେ ନୁହେଁ। ଦୀର୍ଘ ୫ ବର୍ଷରୁ ଅଧିକ ଦିନ ଅନୁପସ୍ଥିତ ଥିଲେ ଜଣେ ଇନ୍ସପେକ୍ଟର। ଏଭଳି ଜଣାପଡ଼ିବା ପରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ବହିଷ୍କୃତ କରାଯାଇଛି। ସମ୍ପୃକ୍ତ ଇନ୍ସପେକ୍ଟର ଜଣକ ହେଲେ ପ୍ରଫୁଲ୍ଲ କୁମାର ସାହୁ। ତାଙ୍କୁ ଡିଜିପି ବିଜୟ ଶର୍ମା ବହିଷ୍କୃତ କରିଛନ୍ତି। ନିର୍ଦ୍ଧିଷ୍ଟ ସୂଚନା ନଦେଇ ଶ୍ରୀ ସାହୁ ଦୀର୍ଘ ୫ ବର୍ଷରୁ ଅଧିକ ଦିନ ହେଲା ଅନୁପସ୍ଥିତ ଥିଲେ। ତେବେ ଏତେ ବର୍ଷ ଧରି ଜଣେ ଇନ୍ସପେକ୍ଟର କେମିତି ଅନୁପସ୍ଥିତ ରହିଲେ ଓ ଏହା ସମ୍ପର୍କରେ କେମିତି କେହି ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.