କରୋନା ଟିକାକୁ ନେଇ ବଡ଼ ଖବର; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ….
ଓଏଲ୍ ବ୍ୟୁରୋ: କରୋନା ମହାମାରିରୁ ସୁରକ୍ଷା ପ୍ରଦାନ କରୁଥିବା ଟିକାକୁ ନେଇ ବଡ଼ ଖବର ଆସିଥିଲା। ଯାହା ଅତି ଚିନ୍ତାଜନକ ବିଷୟ ପାଲଟିଥିଲା। କୋଭିସିଲ୍ଡ ଟିକାରୁ ଦେଖାଦେଇପାରେ ବିରଳ ପାଶ୍ୱର୍ପ୍ରତିକ୍ରିୟା। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ନେଇ କୋର୍ଟରେ ଏକ ମାମଲା ଚାଲିଥିଲା। ଶେଷରେ ୪ ବର୍ଷ ଲଢେଇ ପରେ କୋର୍ଟରେ ସତ ମାନିଥିଲା ଆଷ୍ଟ୍ରାଜେନିକା କମ୍ପାନୀ। ଏହା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, କରୋନା ଟୀକା ନେଇଥିବା ସମସ୍ତ ବ୍ୟକ୍ତି ସୁରକ୍ଷିତ। କାରଣ ଟୀକା ନେବାର ୨୦ ଦିନ ପର୍ଯ୍ୟନ୍ତ ପାଶ୍ୱର୍ପ୍ରତିକ୍ରିୟା ଦେଖା ଦେଇଥାଏ। ତେବେ କୋଭିସିଲ୍ଡ ଟୀକାରେ ବର୍ତ୍ତମାନ ପାଶ୍ୱର୍ପ୍ରତିକ୍ରିୟା ନଥିବା ସେ କହିଛନ୍ତି।
ଆଷ୍ଟ୍ରାଜେନିକା କମ୍ପାନୀ ଦେଇଥିବା ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ନିରାପଦ ନୁହେଁ କରୋନା ଟିକା କୋଭିସିଲ୍ଡ। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲାଟେଲେଟ କାଉଣ୍ଟ କମିଯାଇପାରେ। ୟୁକେ କୋର୍ଟଙ୍କୁ ଟିକା ନିର୍ମାଣକାରୀ କଂପାନୀ ଆଷ୍ଟ୍ରାଜେନେକା ଜଣାଇଥିବା ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା।
ଏହି ଟିକା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଛି। ବ୍ରିଟେନର ଏକ କୋର୍ଟରେ ସତ୍ୟପାଠ ଦାଖଲ କରି ଏହା ସ୍ୱୀକାର କରିଛି ନିର୍ମାଣକାରୀ କମ୍ପାନୀ। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କଂପାନି ଟିକା ଉତ୍ପାଦନ କରିଥିଲା। ଟିକା ନେବା ପରେ ଅନେକ ଲୋକଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ କମ୍ପାନୀର ଏପରି ସ୍ୱୀକାରୋକ୍ତି ପରେ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିଲା।