Odisha Link
Bridging the Missing Links in Odisha

ଅପରାଜିତାଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ, ଜବାବ ଦେଲେ ସାଂସଦ

ଓଏଲ୍‌ ବ୍ୟୁରୋ: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ଦଳୀୟ ସାଂସଦ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ଏଥିସହିତ ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ମଧ୍ୟ କରିଥିଲେ ଟାର୍ଗେଟ। ଯାହାର ପାଲଟା ଜବାବ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଯାହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ନବୀନ ପଟ୍ଟନାୟକ କହିଥିଲେ ଯେ ଗତ ୫ ବର୍ଷରେ ବିଜେପିର ସାଂସଦ ଭୁବନେଶ୍ବରରେ କୌଣସି ବଡ଼ କାମ କରିନାହାନ୍ତି। ଏକାମ୍ର ପ୍ରକଳ୍ପକୁ ବାରମ୍ବାର ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ଯାହାର ପାଲଟ ଉତ୍ତର ରଖିଛନ୍ତି ଅପରାଜିତା। ସେ କହିଛନ୍ତି, ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ ବନ୍ଦ ନେଇ ସେ କୌଣସି ମତ ମନ୍ତବ୍ୟ ଦେଇ ନାହାନ୍ତି। ମୌଖିକ କି ଲିଖିତ ଭାବରେ କହିଥିବାର କୌଣସି ପ୍ରମାଣ ନାହିଁ। ଯଦି ବି ଅଛି ତାହା ୪୮ ଘଣ୍ଟା ମଧ୍ୟରେ ପ୍ରମାଣିତ କରନ୍ତୁ। ସେହିପରି ସେ କଣ କାମ କରିଛନ୍ତି କିମ୍ବା କରି ନାହାନ୍ତି ତାଙ୍କର ରିପୋର୍ଟ କାର୍ଡ ଦେଖିବାକୁ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି, ୫ ବର୍ଷରେ କେତେ ବିକାଶ କରିଛି। ତାହା ଜନତା ଜାଣିଛନ୍ତି। ୫ବର୍ଷରେ ବିକାଶ କେତେ ହୋଇଛି ବିତର୍କ ପାଇଁ ଡାକୁଛି। ବିତର୍କ ପାଇଁ ସ୍ଥାନ ଓ ସମୟ କୁହନ୍ତୁ। ମୁଁ ଯାଇ ପହଁଯିବି ବୋଲି କହିଛନ୍ତି ଅପରାଜିତା। ଆଜି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଏକ ଭିଡିଓ ଜାରି କରି ଭୋଟ୍ ମାଗିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ସମୟରେ ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ ନବୀନ।

Leave A Reply

Your email address will not be published.