Odisha Link
Bridging the Missing Links in Odisha

ସମ୍ମମ୍‌ରେ ମେଦବହୁଳ ରୋଗୀଙ୍କ ଶରୀରରେ ସଫଳତାର ସହ ୟୁଏଇ ପ୍ରକ୍ରିୟା ସମ୍ପାଦିତ

ଭୁବନେଶ୍ୱର: ସମ୍‌ ଅଲ୍ଟିମେଟ ମେଡିକେୟାର ଡାକ୍ତରଙ୍କ ଦ୍ୱାରା ଜଣେ ମେଦବହୁଳ ମହିଳାଙ୍କ କ୍ଷେତ୍ରରେ ସଫଳତାର ସହ ୟୁଟେରାଇନ୍‌ ଆର୍ଟେରୀ ଏମ୍ବୋଲାଇଜେସନ୍‌ (ୟୁଏଇ) ପ୍ରକ୍ରିୟା ସମ୍ପାଦିତ କରାଯାଇଛି । ମହିଳା ଜଣଙ୍କ ଗର୍ଭାଶୟରେ ଅନେକ ଫାଇବ୍ରଏଡ୍‌ ସୃଷ୍ଟି ହୋଇଥିବା ବେଳେ ସେ ମେନୋପୋଜ୍‌ ପରବର୍ତୀ ସମୟରେ ଅତ୍ୟଧିକ ରକ୍ତସ୍ରାବ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ । ଯଦିଓ ତାଙ୍କ ଶରୀରରେ ଅନ୍ୟାନ୍ୟ ସମସ୍ୟା ଥିବା ଯୋଗୁଁ ଅସ୍ତ୍ରୋପଚାର ଏତେ ସହଜ ନଥିଲା ତେବେ ସୁରକ୍ଷିତ ଏବଂ ମିନିମାଲ୍‌ ଇନଭାସିଭ୍‌ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଥିଲା ଏବଂ ଗର୍ଭାଶୟ ଏବଂ ଅଣ୍ଡାଶୟକୁ ବାହାର କରିବାକୁ ପଡ଼ିନଥିଲା ।

ଏହି ପ୍ରକ୍ରିୟାରେ ରୋଗୀ ଜଣକ ବିଶେଷ କଷ୍ଟ ପାଇନଥିଲେ । ଗତ ସୋମବାର ସମ୍ମମ୍‌ରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କ ଠାରେ ଏହି ପ୍ରକ୍ରିୟାଟି କରାଯାଇଥିଲା । ଯେତେବେଳେ ରୋଗୀର ଶରୀର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ନଥାଏ କିମ୍ବା ରୋଗୀ ଅସ୍ତ୍ରୋପଚାରକୁ ପସନ୍ଦ କରେ ନାହିଁ ସେତେବେଳେ ଏହି ଅଭିନବ ଉପାୟରେ ରୋଗୀଙ୍କ ଚିକିତ୍ସା କରାଯାଇପାରେ । ଏହି ରୋଗୀଙ୍କ ଗର୍ଭାଶୟ ଫାଇବ୍ରଏଡ୍‌ ସମସ୍ୟା କ୍ଷେତ୍ରରେ ପିଭିଏ ପାର୍ଟିକଲ୍ସ ଓ ଜେଲ୍‌-ଫୋମ୍‌ ଏମ୍ବୋଲାଇଜେସନ୍‌ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିଲା । ଏହି ୟୁଏଇ ପ୍ରକ୍ରିୟାରେ ଛୋଟ ଛୋଟ ଗୁଣ୍ଡ ହୋଇଥିବା ଦ୍ରବ୍ୟଗୁଡ଼ିକୁ ଇଞ୍ଜେକ୍ସନ୍‌ ଦ୍ୱାରା ରକ୍ତ ଧମନୀକୁ ଛଡ଼ା ଯାଇଥାଏ ଯାହାକି ଗର୍ଭାଶୟକୁ ଯାଇ ରକ୍ତସ୍ରାବକୁ ବନ୍ଦ କରିଥାଏ ଏବଂ ଫାଇବ୍ରଏଡ୍‌ ଗୁଡ଼ିକୁ କ୍ଷୁଦ୍ର କରିବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.