Odisha Link
Bridging the Missing Links in Odisha

ଏଥର କେତୋଟି ଆସନ ଜିତିବ ବିଜେପି? ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ଇଣ୍ଡିଆ ମେଣ୍ଟ ପାଇଁ ଚିନ୍ତାର କାରଣ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ୫ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଥିବା ବଳେ ଆଉ ବାକି ରହିଛି ୨ଟି ପର୍ଯ୍ୟାୟ। କେଉଁ ଦଳ କେନ୍ଦ୍ରରେ ଗଢ଼ିବ ସରକାର ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ବିଜେପି ଅବ୍‌ କି ବାର ୪୦୦ ପାର ନାରା ଦେଉଥିବା ବେଳେ ଇଣ୍ଡି ମେଣ୍ଟ ସରକାର ଗଢ଼ିବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି। ଏଭଳି ଆକଳନ ଭିତରେ ମଙ୍ଗଳବାର ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପିର ବିଜୟକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଜନୈତିକ ସମୀକ୍ଷକ ପ୍ରଶାନ୍ତ କିଶୋର ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୋଦିଙ୍କ ନେତୃତ୍ବରେ ପୁଣିଥରେ କେନ୍ଦ୍ରରେ ବିଜେପି ସରକାର ଗଢ଼ିବ। ହେଲେ ଚଳିତ ନିର୍ବାଚନରେ ବିଜେପି ନିଜ ଦମରେ ୩୭୦ ସିଟ୍ ଜିତିବା ଅସମ୍ଭବ। ଭାରତୀୟ ଜନତା ପାର୍ଟି ୩ ଶହ ପାଖାପାଖି ସିଟ୍ ଜିତିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ନରେନ୍ଦ୍ର ମୋଦି କେବଳ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢ଼ାଇବା ପାଇଁ ୪୦୦ ପାର ନାରା ଦେଉଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିଜେପି ୨୭୦ରୁ କମ୍ ସିଟ୍ ଜିତିବନି। ଗତ ନିର୍ବାଚନ ଭଳି ଏଥର ମଧ୍ୟ ଏନଡିଏ ୩୦୩ ପାଖାପାଖି ସିଟ୍ ଜିତିବ। ଖାସ୍ କରି ବିଜେପି ଉତ୍ତର ଏବଂ ପଶ୍ଚିମ କ୍ଷେତ୍ରରେ କ୍ଷତି ସହିବ। ଦକ୍ଷିଣ ଏବଂ ପୂର୍ବ କ୍ଷେତ୍ରରେ ବିଜେପିକୁ ଫାଇଦା ମିଳିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। ବିହାର, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ବିଜେପିର ସିଟ୍ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୧୯ ନିର୍ବାଚନ ଓ ୨୦୨୪ ନିର୍ବାଚନ ମଧ୍ୟରେ ବିଶେଷ କିଛି ଫରକ ଦେଖୁନି। ଏନଡିଏ ସରକାର ପୁଣିଥରେ ଗଢ଼ିବ। କାରଣ ୫ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେଲାଣି ହେଲେ ସେମିତି କିଛି ଏନଡିଏକୁ ଅସୁବିଧା ହେଉଥିବା ଦେଖିବାକୁ ମିଳିନି। ଇଣ୍ଡିଆ ମେଣ୍ଟ ୨୦୧୯ ଭଳି ହିଁ ଫଳାଫଳ ପାଇବ।

Leave A Reply

Your email address will not be published.