Odisha Link
Bridging the Missing Links in Odisha

୫୦ ହଜାର ଲାଞ୍ଚ ନେଉଥିଲେ କେରଙ୍ଗ କଲେଜ ଅଧ୍ୟକ୍ଷା, ମାଡ଼ିବସିଲା ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ କଲେଜ ଅଧ୍ୟକ୍ଷା। ୫୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିିଲ୍ଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ଏରିଅର୍ ଟଙ୍କା ପାଇଁ ଲାଇବ୍ରେରିଆନ୍‌ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ।ଆଜି ଅପରାହ୍ନରେ ଗୁରୁଜଙ୍ଗ ସ୍ଥିତ ବାସଭବନରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଛି।

ମିଳିଥିବା ସୂଚନା ମୁତାବକ, କଲେଜର ସହକାରୀ ଲାଇବ୍ରେରିଆନ ଧୀରଜ ବଡ଼ଜେନାଙ୍କ ଠାରୁ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ନିଜ ଗୁରୁଜାଙ୍ଗ ସ୍ଥିତ ବାସଭବନରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବିଦ୍ୟୁତ୍‌ପ୍ରଭା ଜେନା।

ଭିଜିଲାନ୍ସ ଅଧିକାରୀମାନେ ଅଧ୍ୟକ୍ଷା ବିଦ୍ୟୁତ୍‌ପ୍ରଭା ଜେନାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହା ସହିତ ତାଙ୍କ ବାସଭବନ ଓ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ବିଦ୍ୟୁତ୍‌ପ୍ରଭା ଜେନାଙ୍କୁ ଭିଜିଲାନ୍ସର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି।