Odisha Link
Bridging the Missing Links in Odisha

ଜେଏସପିଏଲର ସଫଳତା : ସମୟସୀମାର ଚାରି ମାସ ପୂର୍ବରୁ ପୂରା କଲା ରେଳବାଇ ଅର୍ଡର

ଭୁବନେଶ୍ୱର / ନୂଆଦିଲ୍ଲୀ: ମେକ୍ ଇନ୍ ଇଣ୍ଡିଆ ଉପକ୍ରମର ଏକ ସଫଳ ନିଦର୍ଶନ ଭାବରେ, ଶ୍ରୀ ନବୀନ ଜିନ୍ଦଲ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ), ଭାରତୀୟ ରେଳବାଇକୁ ରେଳଲାଇନ୍ ଯୋଗାଇବା ଅର୍ଡର ରେକର୍ଡ ସମୟ ମଧ୍ୟରେ ପୂରା କରଛି  । ଜୁଲାଇ ୨୦୧୮ରେ, ଏକ ଆନ୍ତର୍ଜାତୀୟ ଟେଣ୍ଡର ପ୍ରକ୍ରିୟାରେ ଭାରତୀୟ ରେଳବାଇକୁ ୯୭,୪୦୦ ଟନ୍ ଲମ୍ବା ରେଳ ଲାଇନ୍ ଯୋଗାଇବା ନିମନ୍ତେ ଜେଏସପିଏଲ ଅର୍ଡର ହାସଲ କରିଥିଲା  ।  ନିର୍ଦ୍ଧାରିତ ସମୟମୀମାର ଚାରିମାସ ପୂର୍ବରୁ ଅର୍ଡର ମୁତାବକ ସମସ୍ତ ରେଳ ଲାଇନ୍ ଯୋଗାଇ ଦେଇ, ଜେଏସପିଏଲ ତାର ପାରିଦର୍ଶିତା ପ୍ରଦର୍ଶନ କରିପାରିଛି  ।

ସମୁଦାୟ ୨୫୦୦ ଟଙ୍କାର ଏହି ଆନ୍ତର୍ଜାତୀୟ ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱର ୭ଟି ପ୍ରମୂଖ ରେଳଲାଇନ୍ ନିର୍ମାତା ଯୋଗ ଦେଇଥଲେ ମଧ୍ୟ, ଜେଏସପିଏଲ ଏକମାତ୍ର ଭାରତୀୟ ଘରୋଇ କମ୍ପାନୀ ଭାବରେ, ୨୦ ପ୍ରତିଶତ ରେଳଲାଇନ୍ ଯୋଗାଇ ଦେବା ପାଇଁ  ଯୋଗ୍ୟ ବିବେଚିତ ହୋଇଥିଲା  ।  ଏକ ବର୍ଷ ମଧ୍ୟରେ ଏହି ଅର୍ଡର ପୁରା କରିବା ନିମନ୍ତେ ସମୟସୀମା ନିର୍ଦ୍ଧାରି ହୋଇଥିଲା  ।  ଜେଏସପିଏଲ ତାର ଇସ୍ପାତ କାରଖାନାରୁ ୧୫ ଅଗଷ୍ଟ ୨୦୧୮ରେ ପ୍ରଥମ ପର୍ଯ୍ୟୟ ରେଳଲାଇନ୍ ଯୋଗାଇବା ଆରମ୍ଭ କରି ୨୨ ଏପ୍ରିଲ୍ ୨୦୧୯ରେ ରେଳଲାଇନ୍ ଯୋଗାଇବା ସଂପୂର୍ଣ୍ଣ କରି ନିଜ ଦକ୍ଷତାର ପରିଚୟ ଦେଇ ପାରିଛି  । 

ଜେଏସପିଲର ଏହି ସଫଳତାରେ ଏହାର ଯୁଗ୍ମ ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ଏନ୍. ଅନ୍ସାରୀ କହିଥିଲେ ଯେ, ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଉପକ୍ରମ ସହ ତାଳ ଦେଇ ଅମେ ଏହି ପ୍ରକଳ୍ପ ସମୟ ପୂର୍ବରୁ ସଂପୁର୍ଣ୍ଣ କରି ପାରିଥିବାରୁ ଆମେ ଗର୍ବିତ  । 

ନିକଟରେ ଭାରତୀୟ ରେଳବାଇ ଅଧିକ ୩୦୦୦୦ ଟନ୍ ରେଳଲାଇନ୍ ଯୋଗାଇଦେବା ପାଇଁ ଜେଏସପିଏଲକୁ ଅର୍ଡର ଦେଇଛି  । ଏହା ସହିତ ଅନ୍ତର୍ଜାତୀୟ ଟେଣ୍ଡର୍ରେ ଜେଏସପିଏଲର ଅଂଶ ୩୦ ପ୍ରତିଶତ କୁ ବୃଦ୍ଧି ପାଇଛି  । 

ଶ୍ରୀ ଏନ୍. ଅନ୍ସାରୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ସଫଳତା ଜେଏସପିଏଲର ଦକ୍ଷତା ଏବଂ ଭାରତୀୟ ରେଳବାଇ ସହିତ ଭାଗିଦାରୀର ନିଦର୍ଶନ  । ଭାରତୀୟ ରେଳ ଭିତିଭୂମିରେ ସହଯୋଗ କରିପାରିଥିବାରୁ ଜେଏସପିଏଲ ଗୌରାବନ୍ୱିତ  । ଆମ କମ୍ପାନୀ ଭାରତର ଭିତିଭୂମି ବିକାଶ ଓ ଦେଶ ନିର୍ମାଣ କ୍ଷେତ୍ରରେ ଯୋଗଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ  ।

ହେଡ୍ ହାର୍ଡେନ୍ଡ ରେଲ୍ ନିର୍ମାଣ କ୍ଷେତ୍ରରେ ଜେଏସପିଏଲ୍ ଭାରତର ଏକମାତ୍ର ଘରୋଇ କମ୍ପାନୀ  । ଇରାନ ଓ ବାଂଲାଦେଶକୁ ରେଳଲାଇନ୍ ଯୋଗାଇବା ସହିତ ଭାରତର ଫ୍ରେଟ୍ କରିଡର୍ ପାଇଁ  ଜେଏସପିଏଲ ରେଳଲାଇନ୍ ଯୋଗାଇ ସାରିଛି  । 

Comments are closed.