Odisha Link
Bridging the Missing Links in Odisha

୫ ବର୍ଷରେ ୫୨% ଗୁଣ ବଢ଼ିଛି ମୋଦିଙ୍କ ସମ୍ପତ୍ତି

ବାରାଣସୀ: ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ବିଗତ ୫ ବର୍ଷ ଭିତରେ ୫୨ ଗୁଣ ବଢ଼ିଯାଇଛି। ଆଜି ମୋଦି ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ଏଭଳି ସୂଚନା ମିଳିଛି।

ସତ୍ୟପାଠରେ ମୋଦି ଜଣାଇଛନ୍ତି, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି। ତାଙ୍କ ପାଖରେ ୧,୪୧,୩୬,୧୧୯ ଟଙ୍କାର ଅସ୍ଥାବର ଓ ୧.୧୦ କୋଟିର ସ୍ଥାବର ସମ୍ପତ୍ତି ରହିଛି। ୨୦୧୪ରେ ମୋଦିଙ୍କ ପାଖରେ ଯେତିକି ସ୍ଥାବର ସମ୍ପତ୍ତି ଥିଲା ୨୦୧୯ରେ ଏଥିରେ ୧୧୪.୧୫% ବୃଦ୍ଧି ଘଟିଛି। ୨୦୧୪ରେ ମୋଦିଙ୍କ ପାଖରେ ୬୫.୯୧ ଲକ୍ଷର ସ୍ଥାବର ସମ୍ପତ୍ତି ରହିଥିଲା। ମୋଦିଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ସରକାରୀ ଦରମା ଏବଂ ବ୍ୟାଙ୍କ ଜମାରୁ ମିଳୁଥିବା ସୁଧ। ମୋଦିଙ୍କ ଅସ୍ଥାବର ସମ୍ପତ୍ତିର ସିଂହ ଭାଗ ଅର୍ଥାତ ୧.୨୭ କୋଟି ଟଙ୍କା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଫିକ୍ସଡ୍‌ ଡିପୋଜିଟ୍‌ ଭାବେ ରହିଛି।

୨୦୧୯ ନିର୍ବାଚନ ପାଇଁ ମୋଦି ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ମୋଦିଙ୍କ ପାଖରେ ନଗଦ ୩୮,୭୫୦ ଟଙ୍କା ରହିଥିଲା। ମୋଦିଙ୍କ ବ୍ୟାଙ୍କ ଜମା ରାଶିର ପରିମାଣ ମାତ୍ର ୪,୧୪୩ ଟଙ୍କା। କିନ୍ତୁ ଫିକ୍ସଡ୍‌ ଜମାର ପରିମାଣ ୧.୨୭ କୋଟି। ୨୦୧୪ରେ ମୋଦିଙ୍କ ପାଖରେ ନଗଦ ୩୨,୭୦୦ ଟଙ୍କା, ବ୍ୟାଙ୍କ ଜମାର ପରିମାଣ ୨୬.୦୫ ଲକ୍ଷ ଓ ଫିକ୍ସଡ୍‌ ଜମା ରାଶିର ପରିମାଣ ୩୨.୪୮ ଲକ୍ଷ ରହିଥିଲା।

Comments are closed.