Odisha Link
Bridging the Missing Links in Odisha

ସାପୋରଜି ପାଲୋଞ୍ଜି ଗ୍ରୁପ୍ ପକ୍ଷରୁ ଫନି ସହାୟତା ପ୍ରଦାନ

ପୁରୀର ଦୁଇଟି ପ୍ରଭାବିତ ଗ୍ରାମ ପଂଚାୟତରେ ହୁମାନିଟାରିଆନ୍ ଏଡ୍ କିଟ୍ ବଂଟନ

ଭୁବନେଶ୍ବର/ପୁରୀ: ବାତ୍ୟା ଫନି ଯାହା ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରାଯାଇଛି, ସାପୋରଜି ପାଲୋଞ୍ଜି ଗ୍ରୁପ୍ ପୁରୀର ଲୋକମାନଙ୍କ ପାଖରେ ପହଂଚିଛି ଯେଉମାନେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ସେମାନଙ୍କ ଜୀବିକା ହରାଇଛନ୍ତି।

ଗ୍ରୁପ୍ ସଦସ୍ୟମାନେ ପୁରୀ ସଦର ବ୍ଲକ୍ ଗଣ୍ଡମୁଣ୍ଡା ଭୋଇ ଓ ବିଲ ଭୋଇ ଗ୍ରାମ ପଂଚାୟତ ପରିଦର୍ଶନ କରିଛନ୍ତି ଏବଂ ପ୍ରଭାବିତ ପରିବାରର ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ବଂଟନ କରିଛନ୍ତି। ଏହି କିଟରେ ବିଭିନ୍ନ ପ୍ରକାରର ରହଣୀ ସାମଗ୍ରୀ ଯଥା ଟାରପଲିନ୍ ଏବଂ ଦଉଡ଼ି, ଗୃହୋପକରଣ କିଟ୍ ଯଥା ପ୍ଲେଟ୍, ଟମ୍ବଲର୍, ଶୋଇବା ମସିଣା, ବାଲଟି ଓ ମଗ, ଶୌଚ ସାମଗ୍ରୀ ଯଥା ସାବୁନ, ତଉଲିଆ, ଟୁଥବ୍ରସ ଏବଂ ଟୁଥପେଷ୍ଟ୍ ବ୍ୟତୀତ ମଶା କଏଲ୍ ଏବଂ ସାନିଟାରି ନାପକିନ୍ ରହିଛି। ଭୂତଳ ଜଳ ପ୍ରଦୂଷଣ ହୋଇଥିବା ଆଶଙ୍କା କରି ପ୍ରଭାବିତ ଅଂଚଳ ପାଇଁ କ୍ଲୋରିନ୍ ଟାବଲେଟ୍ ବଂଟନ କରାଯାଇଛି। ଋଲିଫ୍ ସାମଗ୍ରୀ ୭୫ ପ୍ରଭାବିତ ପରିବାର ମଧ୍ୟରେ ବଂଟନ କରାଯାଇଛି।

ଦଳର ଏହି ଉଦ୍ୟମକୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି କାରଣ ସେମାନେ ଭାବୁଛନ୍ତି ଯେ ଏହି କିଟ୍ ସେମାନଙ୍କ ଜୀବନରେ ସ୍ବାଭାବିକତା ବଜାୟ ରଖିବାରେ ସହାୟକ ହେବ।

ଜଗଦ୍ଦୀଶ ଚନ୍ଦ୍ର ରାଉତ, ଆସୋସିଏଟ ଭାଇସ ପ୍ରେସିଡେଣ୍ଟ, କର୍ପୋରେଟ୍ ଆଫେୟାର ଆଣ୍ଡ୍ କମ୍ୟୁନିକେସନ, ସାପୋରଜି ପାଲୋଞ୍ଜି ପୋର୍ଟ ମେନଟେନାନ୍ସ ଲିମିଟେଡ୍ କହିଛନ୍ତି ଯେ,

ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାର ଲୋକମାନଙ୍କୁ ସେବା କରିବାର ମହତ କାମ ପାଇଁ ସାପୋରଜି ପାଲୋଞ୍ଜି ଗ୍ରୁପ୍ ପ୍ରତିବଦ୍ଧ। ପୁନରୁଦ୍ଧାର ପ୍ରକ୍ରିୟା ଏବଂ ଓଡ଼ିଶାର ଲୋକମାନଙ୍କ ବିକାଶ ସହିତ ଆମେ ସବୁବେଳେ ଠିଆ ହୋଇଛୁ।

ହାବିଟାଟ ଫର ହ୍ୟୁମାନିଟି ଇଣ୍ଡିଆ ଏବଂ ମହାଶକ୍ତି ଫାଉଣ୍ଡେସନ ସହଯୋଗରେ ଦଳ ପକ୍ଷରୁ ଏହି ରିଲିଫ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Comments are closed.