Odisha Link
Bridging the Missing Links in Odisha

କେରଳ ଛୁଇଁଲା ମୌସୁମୀ: ଅପେକ୍ଷୋର ଓଡ଼ିଶାବାସୀ

ଭୁବନେଶ୍ୱର : ଆଜି କେରଳ ଛୁଇଁଛି ମୌସୁମୀ ବାୟୁ। ପାଗ ଅନୁକୂଳ ରହିଲେ ୭ ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି କୁହାଯାଇଛି । ଆଉ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମେଘୁଆ ପାଗ ଲାଗି ରହିବ। ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଶାରେ ପ୍ରତିବର୍ଷ ଜୁନ ପହିଲା ବେଳକୁ ସାରା ଦେଶରେ ମୌସୁମୀ ପ୍ରାୟତଃ ସକ୍ରିୟ ହୋଇଯାଇଥାଏ। ହେଲେ ଚଳିତଥର ପାଖାପାଖି ୮ ଦିନ ବିଳମ୍ୱ ହୋଇଛି ଏବଂ ସାରା ଦେଶରେ ମୌସୁମୀ ସକ୍ରିୟ ହେବାକୁ ଆହୁରି ସପ୍ତାହେ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ବେସରକାରୀ ପାଣିପାଗ ଗବେଷଣା ସଂସ୍ଥାନ ସ୍କାଏମେଟ ପୂର୍ବରୁ ଆକଳନ କରି କହିଛି ଯେ ମୌସୁମୀ ଛୁଇଁବା ପୂର୍ବରୁ ଯେଉଁ ବର୍ଷା ହୁଏ ଚଳିତଥର ତାହା ୧୯୫୪ ମସିହା ପରେ ସବୁଠାରୁ କମ୍। ୧୯୫୪ ମସିହାରେ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ମାସରେ ମାତ୍ର ୯୩.୯ ମିଲିମିଟର ବର୍ଷା ହୋଇଥିଲା। ଚଳିତଥର ସେହିଁ ଅବଧିରେ ୯୯ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

Comments are closed.