Odisha Link
Bridging the Missing Links in Odisha

୨୫ରୁ ବିଧାନସଭା, ୨୮ରେ ବଜେଟ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ନବୀନ ସରକାରଙ୍କ ପଂଚମ ପାଳିରେ ଏହା ହେବ ପ୍ରଥମ ଅଧିବେଶନ । ଜୁନ ୨୭ରେ ଉପବାଚସ୍ପତି ନିର୍ବାଚନ ହେବାର ଥିବା ବେଳେ ଜୁନ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପିତ ହେବ ।
ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିବେ । ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତୀୟ ଆଲୋଚନା କରାଯିବ । ଏହାଛଡ଼ା ୨୬ରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରାଯିବା ସହ ୨୭ରେ ନିର୍ବାଚନ ହେବ । ୨୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଜୁଲାଇ ପହିଲାରୁ ସାଧାରଣ ବଜେଟ ସଂକ୍ରାନ୍ତରେ ଆଲୋଚନା କରାଯିବ । ବଜେଟ୍ ଆଲୋଚନା ଜୁଲାଇ ୩୦ ପର୍ଯ୍ୟନ୍ତ ଚାଲୁ ରହିବ । ଜୁଲାଇ ୩୧ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିନିଯୋଗ ବିଲ ଉପରେ ଆଲୋଚନା କରାଯିବ । ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବା ପାଇଁ ଦିନଧାର୍ଯ୍ୟ ହୋଇଛି ।

Comments are closed.