Odisha Link
Bridging the Missing Links in Odisha

FIH ହକି ସିରିଜ ଫାଇନାଲ୍ସ: ଆଜି ଉଜବେକିସ୍ତାନ ଓ ଭାରତ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍

ଭୁବନେଶ୍ବର: FIH ହକି ସିରିଜ ଫାଇନାଲ୍ସରେ ଆଜିର ମ୍ୟାଚରେ ସିଧାସଳଖ ହକି ସେମିଫାନାଲ ଖେଳିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ସିରିଜ ଫାଇନାଲରେ ଆଜି ୩ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ସକାଳ ୮ଟା ୪୫ରେ ଆମେରିକା ଓ ଜାପାନ ମଧ୍ୟରେ ଖେଳାଯାିଥିବା ମ୍ୟାଚରେ ୨-୨ରେ ଖେଳ ସମାପ୍ତ ହୋଇଥିଲା। ଯାହାଫଳରେ ଆମେରିକା ଦଳ ଗ୍ରୁପ୍-ବି ର ଶୀର୍ଷ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛି । ସେହିଭଳି ସନ୍ଧ୍ୟା ୫ ଟାରେ ଦେଖିବାକୁ ମିଳିବ ଦକ୍ଷିଣ ଆଫ୍ରିକା ବନାମ ମେକ୍ସିକୋ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍। ସେହିଭଳି ସନ୍ଧ୍ୟା ୭ ଟାରେ ସମସ୍ତଙ୍କ ନଜର ଉଜବେକିସ୍ତାନ ଓ ଭାରତ ମ୍ୟାଚ ଉପରେ। ଭାରତ ପୂର୍ବରୁ ୨ଟି ମ୍ୟାଚ୍‌ ଜିତି ସାରିଛି। ଏହି ମ୍ୟାଚ ଭାରତ ଜିତିବାକୁ ହେଲେ ଭଲ ଖେଳ ପ୍ରଦର୍ଶନ କରିବାକୁ ପଡିବ ବୋଲି ହକି ପ୍ରେମୀ କହିଛନ୍ତି।

Comments are closed.