Odisha Link
Bridging the Missing Links in Odisha

ବିଜେପିରେ ସାମିଲ ହେଲେ ପ୍ରବୋଧ ତିର୍କୀ

ଓଏଲ୍‌ ବ୍ୟୁରୋ: ପଦ୍ମ ଶିବିରରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ନିକଟରେ କଂଗ୍ରେସ ଛାଡ଼ିଥିବା ପ୍ରବୋଧ ତିର୍କୀ ଆଜି ସୋନପୁରରେ ଆୟୋଜିତ ବିଜେପି ସମାବେଶରେ ଆନୁଷ୍ଠାନିକ ଭାବେ ଦଳରେ ମିଶିଛନ୍ତି।ଶ୍ରୀ ତିର୍କୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟ ମିଶ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

୨୦୨୩ ସେପ୍ଟେମ୍ବରରେ କଂଗ୍ରେସରେ ମିଶିଥିବା ପ୍ରବୋଧ ତିର୍କୀଙ୍କୁ କଂଗ୍ରେସ ଚଳିତ ନିର୍ବାଚନରେ ସୁନ୍ଦରଗଡ଼ର ତଳସରା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ପ୍ରବୋଧ ନିଜର ସମର୍ଥକଙ୍କ ସହ ମିଶି ପ୍ରଚାର ଆରମ୍ଭ କରିଥିଲେ ମଧ୍ୟ। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଟିକେଟ କାଟି ପୂର୍ବତନ ବିଧଶୟକ ରଞ୍ଜିତ ଭିତିରିଆଙ୍କ ଭାଇ ଦେବେନ୍ଦ୍ର ଭିତିିରିଆଙ୍କୁ ପ୍ରାର୍ଥୀ କରିଥିଲେ। ଏହାପରେ ପ୍ରବୋଧ କଂଗ୍ରେସ ଉପରେ ବର୍ଷିଥିଲେ ଏବଂ ଏପ୍ରିଲ ୨୦ ତାରିଖରେ ଦଳ ଛାଡ଼ିଥିଲେ।

Leave A Reply

Your email address will not be published.