Odisha Link
Bridging the Missing Links in Odisha

BSKY ବନ୍ଦ କରିବାକୁ ବିରୋଧୀ ଚକ୍ରାନ୍ତ କରୁଛନ୍ତି: କାର୍ତ୍ତିକ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ନବୀନ ନିବାସରୁ ଯୋଡ଼ି ଶଙ୍ଖ। ହିଞ୍ଜିଳିରୁ ନିର୍ବାଚନୀ ବିଗୁଲ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଜାଇବା ପରେ ସାରା ରାଜ୍ୟରେ ଜୋରଦାର ପ୍ରଚାର କରୁଛି ବିଜୁ ଜନତା ଦଳ। ଏହିକ୍ରମରେ ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କୋରାପୁଟ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ଏଥିସହିତ ବିରୋଧୀଙ୍କୁ କରିଛନ୍ତି ଟାର୍ଗେଟ।

ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ନିର୍ବାଚନ ସମୟ ଆସିଛି ବୋଲି କିଛି ଲୋକଙ୍କ ନିଦ ଭାଙ୍ଗିଯାଇଛି। ନିର୍ବାଚନ ବେଳେ ବଡ଼ ବଡ଼ ମିଠା କଥା କହିବେ। ହେଲେ ନିର୍ବାଚନ ସରିଗଲେ ଆପଣମାନେ ଖୋଜିଲେ ବି ତାଙ୍କୁ ପାଇବେନି। ଆପଣମାନେ ବିଗତ ଦିନରେ ଯାହା ମାଗିଥିଲେ ତାହା ମିଳିଛି। ଏହା ହେଉଛି ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି। ଶଙ୍ଖ ଚିହ୍ନ ହେଉଛି ବିକାଶର ଗ୍ୟାରେଣ୍ଟି। ଆପଣଙ୍କ ଆଉ ଯାହା ବି ସମସ୍ୟା ଅଛି ତାହା କେବେ ନବୀନ ପଟ୍ଟନାୟକ ହିଁ ଦୂର କରିପାରିବେ ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ଗରିବଙ୍କ ସମ୍ମାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ୍ ଦେଇଛନ୍ତି। ସେମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଉଛନ୍ତି। ହେଲେ ବିରୋଧୀ ବିଏସକେୱାଇ କାର୍ଡକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ସମସ୍ତେ ସତର୍କ ରୁହନ୍ତୁ। ବିଶେଷ ଭାବେ ଷଡ଼ଯନ୍ତ୍ରକାରୀଙ୍କଠାରୁ ସତର୍କ ରୁହନ୍ତୁ। ନରହିଲେ ସେମାନେ ବିଏସକେୱାଇ କାର୍ଡ ବନ୍ଦ କରିଦେବେ ବୋଲି ଜନସଭାରେ କହିଛନ୍ତି ପାଣ୍ଡିଆନ।

Leave A Reply

Your email address will not be published.