Odisha Link
Bridging the Missing Links in Odisha

ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ୍ ୨୦୧୯ର ବିଜେତା ହେଲେ ସୁଗନ୍ଧା

ମୁମ୍ବାଇ: ଗତକାଲି ଭାରତର ସବୁଠୁ ବଡ ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ର ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ଶେଷରେ ତା’ର ୱିନରକୁ ପାଇଛି। ଏହି ଶୋ’ର ବିଜେତା ହେଲେ ନାଗପୁରର ୧୪ ବର୍ଷୀୟା ସୁଗନ୍ଧା ଦାତେ। ଏହାସହ ପ୍ରଥମ ରନର୍ସ ଅପ୍ ପ୍ରୀତମ ଆଚାର୍ଯ୍ୟ ଓ ଦ୍ୱିତୀୟ ରନର୍ସ ଅପ୍‌ ମହମ୍ମଦ ଫୈଜ୍‌ ହୋଇଛନ୍ତି।ସୁଗନ୍ଧାଙ୍କୁ ଶୋ’ରେ ସବୁବେଳେ ତାଙ୍କ ମଧୂର କଣ୍ଠ ପାଇଁ ଅନେକ ପ୍ରଶଂସା ମିଳିଥିଲା। ଅନେକଥର ଶୋ’ରେ ତାଙ୍କ କଣ୍ଠର ତୁଳନା ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ସହ ତୁଳନା କରିଥିଲେ ଜଜମାନେ। ନାଗପୁରରେ ଜନ୍ମିତ ସୁଗନ୍ଧା ୬ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା କରିଆସୁଛନ୍ତି। ସର୍ବପ୍ରଥମେ ସେ ତାଙ୍କ ମାଆଙ୍କଠୁ ସଙ୍ଗୀତ ଶିକ୍ଷା କରିଥିଲେ। ଏହି ରିଏଲିଟି ଶୋ’ସୁଗନ୍ଧାଙ୍କ ପାଇଁ ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୩ରେ ସେ ସୋନି ଟିଭିରେ ପ୍ରସାରିତ ମ୍ୟୁଜିକାଲ୍‌ ରିଏଲିଟି ଶୋ ‘ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟର୍‌’ରେ ଭାଗନେଇଥିଲେ ଓ ଫାଇନାଲରେ ପ୍ରବେଶ କରିଥିଲେ।‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ରେ ରିଚା ଶର୍ମା, ଅମାଲ ମଲ୍ଲୀକ ଓ ଶାନ୍‌ ଜଜ୍‌ ହୋଇଥିଲେ। ଗତକାଲି ଗ୍ରାଣ୍ଡ ଫିନାଲେରେ ସମସ୍ତ ଜଜ୍‌ ସ୍ପେଶାଲ ପରଫର୍ମାନ୍ସ ଦେଇଥିଲେ। ସେମାନଙ୍କ ବ୍ୟତୀତ ମେଲୋଡି କିଙ୍ଗ କୁମାର ସାନୁ, ମିକା ସିଂହ, କବିତା କୃଷ୍ଣମୂର୍ତ୍ତୀ ଓ ବାବୁଲ ସୁପ୍ରିୟ ମଧ୍ୟ ଗ୍ରାଣ୍ଡ ଫିନାଲେରେ ସାମିଲ ହୋଇଥିଲେ। ଫିଲ୍ମ ଅଭିନେତା ଶାହିଦ୍ କପୁର ଓ କିୟାରା ଆଡଭାନୀ ମଧ୍ୟ ନିଜ ଆଗାମୀ ଫିଲ୍ମ ‘କବୀର ସିଂହ’ର ପ୍ରମୋଶନ୍‌ ପାଇଁ ଶୋ’ରେ ସାମିଲ ହୋଇଥିଲେ।

Comments are closed.