ନବୀନ ମୋଦି ସାକ୍ଷାତକାର: କଣ କହିଲେ ନବୀନ…..

ନୂଆଦିଲ୍ଳୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନବୀନ କହିଛନ୍ତି,“ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଫୋନି କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି। ଫୋନି ପାଇଁ ୫ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି। ୫ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ କରିଛୁ। ଏଥିସହ କୋଇଲା ରୟାଲିଟି ସଂଶୋଧନ ଦାବି ନେଇ ଜଣାଯାଇଛି। ଏହାସହ ଲୋକସଭା ଉପବାଚସ୍ପତି ପଦ ନେଇ କୌଣସି ଆଲୋଚନା ହୋଇନାହିଁ। ଆୟୁଷ୍ମାନ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା ହୋଇନାହିଁ ବୋଲି ନବୀନ ଗଣମାଧ୍ୟମକୁ କହିଛନ୍ତି। ଏହାସଙ୍ଗେ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପାଇଁ ମୋଦିଙ୍କୁ ନବୀନ ଶୁଭେଚ୍ଛା ଜଣାଇଛନ୍ତି । ଏହି ସାକ୍ଷାତ ଉପରେ ସାରା ରାଜ୍ୟବାସୀଙ୍କର ନଜର ରହିଥିଲା । ଦିଲ୍ଲୀରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ରାଜନୈତିକ ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି।